ଝାରସୁଗୁଡା : ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଝାରସୁଗୁଡ଼ା ବିମାନବନ୍ଦର ଆଗକୁ ସଫଳତମ ବିମାନବନ୍ଦର ହେବା ସହ ଅଧିକରୁ ଅଧିକ ସ୍ଥାନକୁ ବିମାନସେବା ଉପଲବ୍ଧ ହେବ । ବୀର ମାଟି ଖିଣ୍ଡାକୁ ପର୍ୟ୍ୟଟନ କେନ୍ଦ୍ର ରୂପେ ବିକଶିତ କରାଯିବା ସହ ପଶ୍ଚିମ ଓଡ଼ିଶାରେ କୋଇଲା ଉତ୍ପାଦନ ବୃଦ୍ଧି ସାଂଗକୁ ବିଦ୍ୟୁତ, ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନ ବୃଦ୍ଧି କରାଯାଇ ଶିଳ୍ପ ବିକାଶ ତ୍ବରାନ୍ବିତ ହେବ । ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡା ବିମାନ ବନ୍ଦରର ବିକାଶ ଲାଗି ରାଜ୍ୟ ସରକାରଙ୍କ ଦ୍ଵାରା ମାଗଣାରେ ଜମି ଯୋଗାଣ, ଫାୟାରମ୍ୟାନ ନିଯୁକ୍ତି, ଭିତ୍ତିଭୂମିର ବିକାଶ ଦିଗରେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0