ଖୋର୍ଦ୍ଧା: ଖୋର୍ଦ୍ଧାରେ ବିଜେପି ଅନୁସୂଚିତ ଜାତି ତରଫରୁ ସାମ୍ବାଦିକ ସମ୍ମିଳନୀ । ସୁର୍ୟ୍ୟମୁଖି ହୋଟେଲରେ ଏହି ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା । ସମ୍ମିଳନୀରେ ଅନସୁଚିତ ବର୍ଗର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଇଁ ପାଉଥିବା ସ୍କଲରସିଫକୁ ୫ଗୁଣାରୁ ଅଧିକ କରାଯାଇଥିବା ନେଇ ଆଲୋକପାତ କରାଯାଇଥିଲା । ଯାହା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଏବଂ ଇକନୋମିକ ଏଫେୟାରର୍ସ ର ଏକ ଐତିହାସିକ ନିଷ୍ପତ୍ତି ହୋଇଥିଲା । ଯାହାକୁ ପୁର୍ବତନ ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ ସମ୍ମିଳନୀରେ ଆଲୋକପାତ କରିଥିଲେ । ଅନୁସୂଚିତ ବିଜେପି ଜିଲ୍ଲା ସଭାପତି ଶିବ ମଲ୍ଲିକ ସଭା ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଓ ଅନ୍ୟ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0