ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ପାଞ୍ଚ ଲକ୍ଷ ଟଙ୍କାର ଗାଉନ ପିନ୍ଧି ଫୋଟ ସୁଟ କରିଛନ୍ତି । ଏପରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଉର୍ବଶୀ । ତେବେ ଉର୍ବଶୀ ପିନ୍ଧିଥିବା ବ୍ଲୁ ସ୍ଲିପ୍ ଗାଉନ୍ର ମୂଲ୍ୟ ପାଞ୍ଚ ଲକ୍ଷ ଟଙ୍କା, କେବଳ ସେତିକି ନୁହେଁ ଗାଉନ୍ ସହ ପିନ୍ଧିଥିବା ତାଙ୍କ ଗହଣାର ମୂଲ୍ୟ ୪୫ ଲକ୍ଷ ଟଙ୍କା । ଉର୍ବଶୀ ତାଙ୍କର ପୁରା ଲୁକ୍ ଉପରେ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ଅଭିନେତ୍ରୀଙ୍କ ପାଇଁ ଏକ ମାମୁଲି କଥା ।ଉର୍ବଶୀ ଇନଷ୍ଟାଗ୍ରାମ୍ ରେ ନିଜର କିଛି ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ଲୁ କଲର୍ ସ୍ଲିପ୍ ଗାଉନ୍ ରେ ଅତି ସୁନ୍ଦର ଦେଖା ଯାଉଛନ୍ତି । କିନ୍ତୁ ତାଙ୍କ ଗାଉନ୍ ର ମୂଲ୍ୟ ଏତେ ଅଧିକ ଅଛି ଯେ, କେହି ମଧ୍ୟ ଏହାକୁ ନେବା ପୂର୍ବରୁ ଶହେ ଥର ଚିନ୍ତା କରିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0