କୋଲକାତା: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ସରଗରମ ହେଲାଣି ରାଜନୀତି। ଗଡ଼ ବଜାୟ ରଖିବା ପାଇଁ ଟିଏମସି ଜୋରଦାର ଉଦ୍ୟମ ଆରମ୍ଭ କଲାଣି। ଆଜି ନେତାଜୀ ଜୟନ୍ତୀରେ ‘ପରାକ୍ରମ ଦିବସ’ ପାଳିବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। କିନ୍ତୁ ଏହା ପୂର୍ବରୁ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ମାରାଥନ ପଦଯାତ୍ରା କରି ନିଜର ଶକ୍ତି ଦେଖାଇଛନ୍ତି। ପଦଯାତ୍ରା ପରେ ମମତା ନିଜ ଭାଷଣରେ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ରାଲି ପରେ ମମତା ନିଜ ଭାଷଣରେ କହିଛନ୍ତି ଭାରତରେ ୪ଟି ରାଜଧାନୀ ରହିବା ଉଚିତ ଏବଂ ସମୟ ଅନୁସାରେ ରାଜଧାନୀ ବଦଳିବା ଆବଶ୍ୟକ। ଇଂରେଜମାନେ କୋଲକାତାରେ ରହି ସାରା ଦେଶରେ ଶାସନ କରୁଥିଲେ । ତେବେ ଦେଶରେ ମାତ୍ର ଗୋଟିଏ ରାଜଧାନୀ କାହିଁକି ବୋଲି ମମତା ପ୍ରଶ୍ନ କରିଛନ୍ତି। ମମତା ଆହୁରି କହିଛନ୍ତି ଶୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜରେ ହିନ୍ଦୁ, ମୁସଲିମ, ଶିଖ, ଇଶାଇ ସବୁ ସମ୍ପ୍ରଦାୟର ଲୋକ ଥିଲେ। ତାଙ୍କର ଚିଚାରଧାରା ଭାରତକୁ ଏକାଠି କରି ରଖିବାର ଧିଲା ବିଭାଜନ କରିବା ନୁହେଁ। ମମତା କହିଛନ୍ତି ଯେ ଏ ପର୍ୟ୍ୟନ୍ତ ନେତାଜୀଙ୍କ ଜନ୍ମଜୟନ୍ତୀ ୨୩ ଜାନୁଆରୀକୁ କେନ୍ଦ୍ର ସରକାର ସାର୍ବଜନୀକ ଛୁଟି ଭାବେ ଘୋଷଣା କରିନାହାଁନ୍ତି। ଏହାକୁ ତୁରନ୍ତ ଘୋଷଣା କରିବାକୁ ମମତା ଦାବି କରିଛନ୍ତି। ଏହାବ୍ୟତୀତ ମମତା କହିଛନ୍ତି ଯେ ଯୋଜନା ଆୟୋଗ ଶୁଭାଶ ଚନ୍ଦ୍ରଙ୍କର ବିଚାର ଥିଲା ହେଲେ ବର୍ତ୍ତମାନ ତାକୁ ହଟାଯାଇ ନିତି ଆୟୋଗ କରିଦିଆଯାଇଛି। ତେଣୁ ସେ ଏହାକୁ ପୁଣିଥରେ ଯୋଜନା ଆୟୋଗ କରିବାକୁ ଦାବି କରିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0