ଭୁବନେଶ୍ୱର: ଅଯୋଗ୍ୟ ଦର୍ଶାଇ କାଳିଆ ଟଙ୍କା ଫେରସ୍ତ ଲାଗି ରାଜ୍ୟସରକାରଙ୍କ ଚିଠି ପ୍ରସଙ୍ଗରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ସରକାରଙ୍କୁ ଟାର୍ଗେଟ କରିବାସହ ଟଙ୍କା ନଫେରାଇବାକୁ ଚାଷୀମାନଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ରାଜ୍ୟ ସରକାର ପାଖାପାଖି ୩ଲକ୍ଷ ୪୧ ହଜାର ଚାଷୀଙ୍କ ଠାରୁ ୫ ହଜାର ଲେଖାଏଁ ଟଙ୍କା ଫେରସ୍ତ ପାଇଁ ଚିଠି କରିଛନ୍ତି । ତୁମେମାନେ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରସ୍ତ କରିବାକୁ ସରକାର କହିଛନ୍ତି ।
ତେବେ ଯେଉଁମାନେ କାଳିଆ ଟଙ୍କା ପାଇଛନ୍ତି ସେମାନେ ନିହାତି ଭାବେ ଦରଖାସ୍ତ କରିଥିବେ । ଆଉ ଏହାର ଚୟନ ହୋଇଥିବ । ଚୟନ ହେବା ପରେ ସେମାନଙ୍କୁ ପଇସା ଦିଆଯାଇଛି । ହେଲେ ସେମାନଙ୍କୁ ପଇସା ଦେଇ ନବୀନ ବାବୁ ସରକାର ଭୋଟରେ ଜିତି ସାରିଲା ପରେ ଆଜି ପଇସା ଫେରସ୍ତ ମାଗୁଛନ୍ତି ବୋଲିଶ୍ରୀ ନାଏକ କହିଛନ୍ତି । ସରକାର ପ୍ରଥମେ ୫ ହଜାର କୋଟି ଟଙ୍କାର କାଳିଆ ଯୋଜନା ପ୍ରସ୍ତୁତ କଲେ । ୨ ହଜାର ୫ଶହ ୫୦ କୋଟି ଟଙ୍କା ବାଣ୍ଟିଲେ । ଏବେ ୩ ଲକ୍ଷ ୪୧ ହଜାର ଚାଷୀଙ୍କୁ ପଇସା ଫେରାଇବାକୁ କହୁଛନ୍ତି । ମୁ ନିବେଦନ କରିବି କୌଣସି ଚାଷୀ ଭାଇ ଟଙ୍କା ଫେରସ୍ତ କରିବେ ନାହିଁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0