ରାୟଗଡା : ରାୟଗଡା ଜିଲ୍ଲାରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୫ ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୨ରେ ପହଞ୍ଚିଛି । ଚିହ୍ନଟ ୪୫ ଜଣଙ୍କ ମଧ୍ୟରୁ ୨୨ ଜଣ ପୁରୁଷ ଓ ୨୩ ଜଣ ମହିଳା ରହିଛନ୍ତି । ଭୁବନେଶ୍ବର ସ୍ଥିତ ଆରଏମଆରସି ପରୀକ୍ଷାଗାର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରୀକ୍ଷାଗାରରେ ପରୀକ୍ଷଣ ପରେ ରାଜ୍ୟ ସରକାର ଟ୍ବିଟ୍ ଜରିଆରେ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ସମସ୍ତ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।
ଚିହ୍ନଟଙ୍କ ମଧ୍ୟରେ ୫ ଜଣ ଯୋଦ୍ଧା ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ ରାୟଗଡା ସହରରୁ ଓ ୨ ଜଣ ବ୍ଲକରୁ ରହିଛନ୍ତି । ରାୟଗଡା ଗୁଣପୁର ସହରରୁ ୨୪ ଓ ବ୍ଲକରୁ ଜଣେ ରହିଛନ୍ତି । ୨୯ଟି କଣ୍ଟେନମେଣ୍ଟଜୋନରୁ ଏମାନେ ବାହାରିଥିବା ଜଣାପଡିଛି । ଆକ୍ରାନ୍ତ ଚିହ୍ନଟଙ୍କ ପରେ ସମ୍ପୃକ୍ତ ଅଞ୍ଚଳକୁ ଆଜି କଣ୍ଟେନମେଣ୍ଟକରାଯାଇଛି। ଦ୍ରୁତ ସର୍ଭେ ଓ ପରୀକ୍ଷା ଯୋଗୁଁ ରିପୋର୍ଟ ଶୀଘ୍ର ହସ୍ତଗତ ହେଉଛି । ଏଥିସହ ଆକ୍ରାନ୍ତଙ୍କୁ ଜକେପୁର ସ୍ଥିତ କୋଭିଡ୍ ମେଡିକାଲ, ବିଷମକଟକ ସ୍ଥିତ କୋଭିଡ୍ କେୟାର ସେଣ୍ଟର ଓ ଗୁଣପୁର ସ୍ଥିତ କୋଭିଡ୍ କେୟାର ସେଣ୍ଟରକୁ ପଠାଯାଇଛି । ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୫୩୨ଜଣ ଚିହ୍ନଟ ହୋଇଥିବା ଓ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲାପାଳ କହିଛନ୍ତି । ସମସ୍ତେ ସତର୍କ ରହିବା ସହ ବର୍ତ୍ତମାନ ଚାଲିଥିବା ସଟ୍ ଡାଉନକୁ ପାଳନ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0