ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଳା ବାଲୁଗାଁ ଥାନା ପୋଲିସକୁ ମିଳିଛି ବଡ ସଫଳତା । ଗତ ୨୨ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ଅଞ୍ଚଳର ଏକ ଟ୍ରକ ଡା୍ରଇଭର ବାଲଚଗାଁ ବାଇପାସର ଖଡିକାପଲ୍ଲୀ ନିକଟରେ ଗାଡି ରଖି ଶୌଚ ହେଉଥିଲେ । ସେହି ସମୟରେ ୭ ଜଣ ଡକାୟତ ଆସି ଟ୍ରକ ଡ୍ରାଇଭରଙ୍କୁ ମାରଧର କରିବା ସହ ତାଙ୍କ ଠାରୁ ଗୋଟିଏ ମୋବାଇଲ, ୧୧ ହଜାର ଟଙ୍କା, ଟ୍ରକ ଚାବି, ଏବଂ ଡ୍ରୀଇଭିଂ ଲାଇସେନ୍ସ ଛଡେଇ ନେଇଥିଲେ । ଟ୍ରକ ଡା୍ରଇଭର ଜଣକ ଚତୁରତାର ସହ ଅନ୍ୟ ଏକ ଗାଡିରେ ଯାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣ ଡକାୟତଙ୍କୁ କାବୁ କରିଥିଲେ । ଖବର ପାଇ ଏସଡିପିଓ ମାନସ ରଞ୍ଜନ ବାରିଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରିଥିଲେ । ଫଳରେ ୩ ଜଣଙ୍କୁ ଗିରଫ କରିଥିଲା ବାଲୁଗାଁ ଥାନା ପୋଲିସ । ଅନ୍ୟ ଜଣେ ଫେରାର ଥିବା ସୂଚନା ମିଳିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0