ପୁରୀ: ପୂର୍ବ ନିଷ୍ପତ୍ତି କ୍ରମେ ସାଧାରଣ ଲୋକଙ୍କ ପାଇଁ ଆଜି ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରଖାଯାଇଛି। ଦର୍ଶନ ବନ୍ଦ କରାଯାଇ ଶ୍ରୀମନ୍ଦିରର ଉଭୟ ଭିତର ଓ ବାହାର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଉଛି।
ଶ୍ରୀମନ୍ଦିରର ବାଇଶି ପାହାଚ, ଶ୍ରଦ୍ଧାଳୁଙ୍କ ଯା’ଆସ ରାସ୍ତା, ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଓ ମନ୍ଦିର ବେଢ଼ାକୁ ସାନିଟାଇଜ୍ କରାଯାଉଛି। ଏହା ସହିତ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱକୁ ବି ବିଶୋଧନ କରାଯାଉଛି। ଅଗ୍ନିଶମ ଓ ପୌର କର୍ମଚାରୀଙ୍କ ପକ୍ଷରୁ ମିଳିତ ଭାବେ ଏହି ବିଶୋଧନ କାର୍ଯ୍ୟ କରାଯାଉଛି।ଜାନୁଆରୀ ୨୧ ତାରିଖ ଠାରୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ସାଧାରଣ ଲୋକଙ୍କୁ ଅନୁମତି ମିଳିଛି। ପୁରୀ ବାସିନ୍ଦାଙ୍କ ପାଇଁ ସକାଳ୬ରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ମନ୍ଦିରକୁ ଯାଇ ଦର୍ଶନ କରୁଛନ୍ତି। ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ତେବେ ଥର୍ମାଲ ସ୍କାନିଂରେ ଯାହାର ତାପମାତ୍ରା ୧୦୦ ଫାରାନାଇଟ ଉପରେ ରହିବ ସେମାନେ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଇପାରିବେ ନାହିଁ ବୋଲି ନିୟମ କରାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0