ପୁରୀ : ଜଗା ଦର୍ଶନ ପାଇଁ ଲାଗିଥିବା ବ୍ୟାରିକେଡ୍କୁ ଆସନ୍ତାକାଲି ଠାରୁ ଉଠାଇ ଦିଆଯିବ। ପୁରୀ ଏସ୍ପି କନୱର ବିଶାଲ ସିଂହ ଦେଇଛନ୍ତି ଏହି ସୂଚନା। ଏସ୍ପିଙ୍କ ସୂଚନା ଅନୁଯାୟୀ, ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥବଲ୍ଲଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ବ୍ୟାରିକେଡ୍ କରାଯାଇଥିଲା, ତାକୁ ହଟାଇ ଦିଆଯିବ। ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁମାନଙ୍କ ଠାରୁ ନିଆଯାଇଥିବା ମତାମତ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏହା ସହିତ ପୁରୀ ଏସ୍ପି ଭକ୍ତ ଓ ସାଧାରଣ ଲୋକଙ୍କୁ ଦର୍ଶନ ବ୍ୟବସ୍ଥା ନେଇ ଅଧିକରୁ ଅଧିକ ଫିଡ୍ବ୍ୟାକ୍ ବା ମତାମତ ଦେବାକୁ ଅନୁରୋଧ କରିଛନ୍ତି। ସେହିସବୁ ମତାମତକୁ ନେଇ ଭିଡ଼କୁ ନିୟନ୍ତ୍ରଣ କରି ଶ୍ରୀଜିଉଙ୍କ ଦର୍ଶନ ପାଇଁ କିଭଳି ଆହୁରି ସୁନ୍ଦର ବ୍ୟବସ୍ଥା କରି଼ହେବ, ସେ ଉପରେ ବିଚାର କରାଯିବ ବୋଲି ଏସ୍ପି କହିଛନ୍ତି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0