ଡେରାଡୁନ: ଦିନକିଆ ମୁଖ୍ୟମନ୍ତ୍ରୀ ହେଲେ କଲେଜ ପଢୁଆ ଛାତ୍ରୀ ସୃଷ୍ଟି ଗୋସ୍ୱାମୀ । ଜାତୀୟ କନ୍ୟା ସନ୍ତାନ ଦିବସ ଅବସରରେ ହରିଦ୍ବାରର ସୃଷ୍ଟି ଗୋସ୍ବାମୀ ଦିନଟିଏ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ ଆଜି ସୃଷ୍ଟି ଉତ୍ତରାଖଣ୍ଡର ଗ୍ରୀଷ୍ମକାଳୀନ ରାଜଧାନୀ ଗୈରସେଣରେ ରହି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ କାର୍ୟ୍ୟର ସମୀକ୍ଷା କରିବେ। ଅଟଳ ଆୟୁଷ୍ମାନ ଯୋଜନା, ସ୍ମାର୍ଟ ସିଟି ପରିଯୋଜନା, ପର୍ୟ୍ୟଟନ ବିଭାଗର ହୋମ ଷ୍ଟେ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନାର ସେ ସମୀକ୍ଷା କରିବେ। ଏହି ସବୁ ଯୋଜନାର ସମୀକ୍ଷା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ଉତ୍ତରାଖଣ୍ଡ ସରକାରଙ୍କ ବିଭିନ୍ନ ବିଭାଗ ପରିଦର୍ଶନ କରିବେ। ସମ୍ପୃକ୍ତ ବିଭାଗର ଅଧିକାରୀମାନେ ୫ ମିନିଟ୍ ମଧ୍ୟରେ ଉକ୍ତ ବିଭାଗ ସଂକ୍ରାନ୍ତରେ ସୃଷ୍ଟିଙ୍କୁ ବୁଝାଇବେ। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ସମସ୍ତ ସଚିବ ସେଠାରେ ଉପସ୍ଥିତ ରହିବେ। ଏହି କାର୍ୟ୍ୟକ୍ରମ ଉତ୍ତରାଖଣ୍ଡ ବିଧାନସଭା ପରିସରରେ ମଧ୍ୟାହ୍ଣ ୧୨ଟାରୁୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ଚାଲିବ ବୋଲି ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷା ଉଷା ନେଗୀ କହିଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0