ରାୟଗଡ଼ା: ସରକାରୀ ଚାଉଳ ଚୋରାଚାଲାଣ ସନ୍ଦେହରେ ଚାନ୍ଦିଲି ପୁଲିସ ଟ୍ରକ ସହ ଡ୍ରାଇଭର ଓ ହେଲପରକୁ ଥାନାରେ ଅଟକ ରଖିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ରାୟଗଡ଼ା ଜିଲ୍ଲାର କନ୍ଧ ମାଲିଗାଁ ନିକଟରେ ପୁଲିସ ଟ୍ରକକୁ ଅଟକାଇ ଥିଲା। ଟ୍ରକରେ ଥିବା ଚାଉଳର ସଠିକ କାଗଜପତ୍ର ଡ୍ରାଇଭର ଦେଖାଇ ନ ପାରିବାରୁ ପୁଲିସ ଗାଡ଼ିକୁ ଥାନାକୁ ନେଇଥିଲା। ଚାଉଳ କିଏ ଓ କେଉଁଠିକୁ ଚାଲାଣ କରୁଥିଲା ସେ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0