ରାଉରକେଲା: ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ ହୋଇଛି। ଉଦିତନଗର ଥାନା ବାସନ୍ତୀ କଲୋନୀ ବିଏଲ -୧୨୫ ରେ ଘଟିଛି ଏହି ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ବେକରେ ରସି ଲଗାଇ ଜ୍ଞାନ ପ୍ରଧାନଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ। ଉଦିତନଗର ପୁଲିସ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛିକ୍ଷ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିବ ବୋଲି ପୁଲିସ କହିଛି। ସେପଟେ ପରିବାର ଲୋକେ ତାଙ୍କ ଝିଅଙ୍କୁ ଯୌତୁକ ପାଇଁ ହତ୍ୟା କରିଯାଇଛି ବୋଲି ଅଭିଯୋଗ କରିଛନ୍ତି। ସ୍ୱାମୀ ଜ୍ଞାନ ପ୍ରଧାନଙ୍କୁ ଉଦିତନଗର ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0