ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ଟି୨୦ ସିରିଜରେ ଦର୍ଶକଙ୍କୁ ଅନୁମତି ମିଳିପାରେ । ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି୨୦ ସିରିଜ । ସିରିଜରେ ପ୍ରଥମ ମ୍ୟାଚ ଗୁଜୁରାଟର ଅହମ୍ମବାଦସ୍ଥିତ ମୋଟେରା ଷ୍ଟାଡିୟମରେ ଖେଳାଯିବ । ଭାରତୀୟ କ୍ରିକେଟ କଣ୍ଟୋ୍ରଲ ବୋର୍ଡ ଏହି ଷ୍ଟାଡିୟମକୁ ଫ୍ୟାନଙ୍କ ପାଇଁ ଖୋଲିବାକୁ ଚିନ୍ତା କରୁଥିବା ବେଳେ ଅନ୍ତିମ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏହାସବୁକୁ ଦୃଷ୍ଟିରେ ରଖି ବିସିସିଆଇ କହିଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟ୨୦ ସିରିଜ ବେଳେ ପ୍ରଶଂସକଙ୍କ ପାଇଁ ଷ୍ଟାଡିୟମ ଖୋଲିବାକୁ ଚାହୁଁଛୁ । କେତେ ସଂଖ୍ୟାର ଟିକେଟ ବ୍ରକି୍ର କରାଯିବ ସେହି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇ ନାହିଁ । ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବାକୁ ଚିନ୍ତା କରୁଛୁ । କିନ୍ତୁ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ । ଦର୍ଶକଙ୍କ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ ବୋଲି ବିସିିସିଆଇ ଅଫିସିଆଲ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0