ଆର୍ଜେଣ୍ଟିନା ଟୁରରେ ଭାରତୀୟ ମହିଳା ହକି ଦଳର ପ୍ରଥମ ପରାଜୟ । ଆର୍ଜେଣ୍ଟିନା ଟୁରରେ ଥିବା ଭାରତୀୟ ସିନିୟର ମହିଳା ହକି ଦଳ ପ୍ରଥମ ପରାଜୟ ବରଣ କରିଛି । ଆର୍ଜେଣ୍ଟିନାର “ ବି” ଦଳଠାରୁ ୧-୨ରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ସୋଲ ପାଗେଲା ୧୧ ତମ ମିନିଟରେ ଗୋଲ ସ୍କୋର କରି ଘରୋଇ ଦଳକୁ ପ୍ରଥମେ ଅଗ୍ରଣୀ କରାଇଥିଲେ । ଭାରତୀୟ ଫରୱାର୍ଡ ସାଲିମା ଟେଟ୍ ଫାଇନାଲ କ୍ôାର୍ଟରରେ ଅର୍ଥାତ ୫୪ ତମ ମିନିଟରେ ଗୋଲ ସ୍କୋର କରି ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲେ। ମାତ୍ର ଏହାର ୩ ମିନିଟ ପରେ ଅଗଷ୍ଟିନା ଗୋର୍ଜେଲାନିଙ୍କ ଗୋଲ ଯୋଗୁ ଆର୍ଜେଣ୍ଟିନା ଦଳ ୨-୧ରେ ବିଜୟ ହାସଲ କରି ନେଇଥିଲେ । ଆର୍ଜେଣ୍ଟିନା ଜୁନିୟର ଦଳ ବିପକ୍ଷ ପୂର୍ବ ଦୁଇ ମ୍ୟାଚ ଭାରତ ୨-୨ ଏବଂ ୧-୧ ରେ ଡ୍ର ରଖିଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0