spot_img

ଘରେ ମଦ ରଖୁଥିଲେ କାଗଜପତ୍ର ସରକାରଙ୍କୁ ଦେବା ଜରୁରୀ

ଲକ୍ଷ୍ମୌ : ଏଣିକି ଘରେ ମନ ଇଚ୍ଛା ପରିମାଣର ମଦ ରଖିପାରିବେ ନାହିଁ । ଘରେ ମଦ ରଖୁଥିଲେ ସରକାରଙ୍କୁ ଏବାବଦରେ ବିସ୍ତୃତ ଭାବେ ଜଣାଇବାକୁ ପଡିବ । ମଦ ରଖିବାକୁ ଚାଁହୁଥିଲେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ପଡିବ । ଘରେ ମଦ ରଖୁଥିବା ବ୍ୟକ୍ତିଙ୍କ ପାଇଁ ନୂଆ ଅବକାରୀ ନୀତି ଲାଗୁ କରିଛନ୍ତି ଉତ୍ତରପ୍ରଦେଶ ସରକାର । ନୂଆ ନିୟମ ମୁତାବକ ଏଣିକି ଘରେ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ମଦ ରଖୁଥିଲେ ଅବକାରୀ ବିଭାଗଠାରୁ ଲାଇସେନ୍ସ ଆଣିବାକୁ ପଡିବ । ଏହା ସହ ବାର୍ଷିକ ୧୨ ହଜାର ଟଙ୍କା ଲାଇସେନ୍ସ ବାବଦରେ ଦେବାକୁ ପଡିବ । ସେହିପରି ସରକାରଙ୍କ ପାଖରେ ସିକ୍ୟୁରିଟି ଅର୍ଥ ଭାବରେ ୫୧ ହଜାର ଟଙ୍କା ଜମା କରିବାକୁ ପଡିବ । ବିନା ଲାଇସେନ୍ସରେ ଘରେ ମଦ ରଖୁଥିଲେ ସରକାର କାର୍ୟ୍ୟାନୁଷ୍ଠାନ ନେବେ । ନୂଆ ଅବକାରୀ ନୀତି ମୁତାବକ ହୋମ ଲାଇସେନ୍ସ ସେହିମାନଙ୍କୁ ମିଳିବ ଯେଉଁମନେ ଗତ ୫ ବର୍ଷ ଧରି ନିୟମିତ ଭାବରେ ଆୟକର ଦେଇଆସୁଛନ୍ତି । ଯିଏ ବି ଲାଇସେନ୍ସ ପାଇଁ ଆବେଦନ କରିବେ ତାଙ୍କୁ ଟ୍ୟାକ୍ସ ଦେଇଥିବା ରସିଦ ସହ ଆଧାର କାର୍ଡ ଓ ପ୍ୟାନ କାର୍ଡ ବି ଦାଖଲ କରିବାକୁ ପଡିବ । ସେହିପରି ୨୧ ବର୍ଷରୁ କମ ବୟସର ବ୍ୟକ୍ତି ଯେଭଳି ମଦ ରଖାଯାଉଥିବା ସ୍ଥାନକୁ ଯିବେ ନାହିଁ, ସେ ନେଇ ଏକ ଶପଥ ପତ୍ର ମଧ୍ୟ ଦେବାକୁ ପଡିବ । ଉତ୍ତରପ୍ରଦେଶ ସରକାରଙ୍କ ନୂଆ ଅବକାରୀ ନୀତି ମୁତାବକ ପୂର୍ବରୁ ଯଦି କେହି ଘରେ ଦେଶୀ, ବିଦେଶୀ ମଦ ସହ ବିୟର ରଖୁଥାନ୍ତି ତେବେ ଲାଇସେନ୍ସକୁ ନବୀକରଣ କରାଇବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular