ଭୁବନେଶ୍ୱର: ଘନକୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଏସଆରସି। ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ୟ୍ୟନ୍ତ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଅର୍ଥାତ ୨୫ ତାରିଖ ରାତିରୁ ୨୬ ତାରିଖ ସକାଳ ପର୍ୟ୍ୟନ୍ତ ୯ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୱାର୍ଣ୍ଣିଂ ଜାରି କରିଛି ଏସଆରସି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୋଳ, ଢେଙ୍କାନାଳ ଓ କଟକ ଅଛନ୍ତି। ଏହି ସମୟରେ ପୁଲିସ ଓ ପରିବହନ ଅଧିକାରୀମାନେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଏସଆରସି। ଗତ କିଛି ଦିନ ହେବ ରାଜ୍ୟରେ ପ୍ରବଳ ଘନ କୁହୁଡ଼ି ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବିଶେଷକରି ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଅଧିକ ହେଉଥିବାର ଦୁର୍ଘଟଣାର ଅଧିକ ସମ୍ଭାବନା ରହିଛି। ଏହି ସମୟରେ ଚାଳକମାନେ ସତର୍କତାମୂଳକ ଭାବେ ଗାଡ଼ି ଚଳାଇବା ଦରକାର।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0