spot_img

ଆଜି ପ୍ରଥମ ପର୍ଯ୍ୟାୟ ଟିକାକରଣର ଶେଷ ଦିନ

ଭୁବନେଶ୍ୱରସୋମବାର ଶେଷ ହେବ ପ୍ରଥମ ପର୍ଯ୍ୟାୟ ଟିକାକରଣ ପକ୍ରିୟା । ଶେଷ ଦିନରେ ୫୦୦ ସ୍ୱାସ୍ଥ୍ୟକର୍ମୀ ଟିକା ନେବେ ବୋଲି ସୂଚନା ମିଳିଛି । ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଭୁବନେଶ୍ୱରର ୪ଟି କେନ୍ଦ୍ରରେ ଟିକା ଦିଆଯିବ । କ୍ୟାପିଟାଲ ହସ୍ପିଟାଲ, ଏମସ, ସମ୍ ହସ୍ପିଟାଲ ଓ କେୟାର ହସ୍ପିଟାଲରେ ଏଥିପାଇଁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ।

ବିଏମସି କମିଶନର କହିଛନ୍ତି ଯେ, ଶନିବାର ସୁଦ୍ଧା ୮୫୦୦ଜଣଙ୍କୁ ଟିକା ଦିଆ ଯାଇଥିଲା । ସୋମବାର ୫୦୦ଜଣଙ୍କୁ ଟିକା ଦିଆଯିବ । ଏହାପରେ ୨୭ଓ ୨୮ତାରିଖ ବେଳକୁ ଦ୍ୱିତୀୟ ପର୍ଯ୍ୟାୟ ଟିକା ଦିଆଯିବ । ଏହି ପର୍ଯ୍ୟାୟରେ ୧୬ରୁ ୧୭ହଜାର ସ୍ୱାସ୍ଥ୍ୟକର୍ମୀକୁ ଟିକା ଦିଆଯିବ । ସମସ୍ତଙ୍କୁ କୋଭାକ୍ସିନ ଦିଆଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ସାରା ଦେଶରେ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular