ହାଟଡିହୀ : ଜାତୀୟ ଶିଶୁ କନ୍ୟା ଦିବସ ଟାଟା ଷ୍ଟିଲ୍ ସହଯୋଗୀ ଏନଜିଓ ଆପ୍ପାୟାର ଦ୍ଵାରା ହାଟଡିହି ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ରେ ପାଳନ ହୋଇଯାଇଅଛି | ଏହି କାର୍ଯ୍ୟକର୍ମ କୁ ବ୍ଲକ ସଂଯୋଜକ କୃପାସିନ୍ଧୁ ସିଂ ବ୍ଲକ ଶିକ୍ଷା ସଂଯୋଜକ ଦିବାକର ଦାସ ଙ୍କ ତତ୍ତ୍ଵାବଧାନରେ ପ୍ରତେକ କ୍ଳଷ୍ଟର ସଂଯୋଜକ ଙ୍କୁ ନେଇ ପରିଚାଳନା କରାଯାଇଥିଲା ପ୍ରତେକ ପଞ୍ଚାୟତ ରେ ଥିବା ଗ୍ରାମ ପଞ୍ଚାୟତ ସଂଯୋଜକ ଏବଂ ସହଯୋଗୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଏଥିରେ କିଶୋରୀ ବାଳିକା ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା ଏହି ସଭା ରେ ଜନସଚେତନତା କାର୍ଯ୍ୟକ୍ରମ ସହ ଉପସ୍ଥିତ ଥିବା ବକ୍ତା ମାନେ ଶିଶୁ କନ୍ୟା ଅଧିକାର ସୁନିଶ୍ଚିତ କରିବା, ଭୃଣ ହତ୍ୟା କୁ ନିନ୍ଦା ସହ ରୋକାଯିବା, ବାଲ୍ୟ ବିବାହ ଏବଂ ଶିଶୁ ଶ୍ରମିକ କାର୍ଯ୍ୟ କୁ ରୋକାଯିବା ସହ ନାରୀ ଶିକ୍ଷା କୁ ପ୍ରାଧାନ୍ୟ ଦେବା ବିଷୟରେ ଆଲୋକପାତ ସହ କିଶୋରୀ ମାନଙ୍କୁ ମାର୍ଶାଲ ଆର୍ଟ ଶିକ୍ଷକ ଙ୍କ ଦ୍ଵାରା ଆତ୍ମ ରକ୍ଷା ପ୍ରଶିକ୍ଷଣ ଦିଆଯାଇଥିଲା | ତତସହିତ ମନୋରଞ୍ଜନ କାର୍ଯ୍ୟକର୍ମ ତଥା ରଙ୍ଗଲି,ଚିତ୍ର, ମ୍ୟୁଜିକ୍ ଚେୟାର, ସହ କିଶୋରୀ ମାନଙ୍କୁ ନେଇ ସଭା ଏବଂ ଜନସଚେତନା ରାଲି ଆୟୋଜନ ହୋଇଥିଲା | 
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରେ ଶିକ୍ଷାବିତ୍, ସରପଞ୍ଚ, ୱାର୍ଡ ମେମ୍ବର, ଆଶା, ଅଙ୍ଗନୱାଡି, ବରିଷ୍ଠ ନାଗରିକ ଏବଂ ସାଧାରଣ ନାଗରିକ ମାନେ ଉପସ୍ଥିତ ରହି ଜନସଚେତନା ଉପରେ ଆଲୋକପାତ କରିଥିଲେ |ସଭା ଶେଷରେ ସମସ୍ତ କିଶୋରୀ ମାନେ ସପଥ ପାଠ କରିଥିଲେ କି ସେମାନେ ଶିଶୁ କନ୍ୟା ଅଧିକାର ସୁନିଶ୍ଚିତ କରିବା ଏବଂ ଶିକ୍ଷା କ୍ଷେତ୍ରରେ କାମକରି ସମାଜ କୁ ଏକ ସ୍ଵଚ୍ଛ ସୁନ୍ଦର ସମାଜ ପ୍ରତିଷ୍ଠା କରିବା.. |ଏହି ଭଳି ଜନସଚେତନତା କାର୍ଯ୍ୟକ୍ରମ ଟାଟା ଷ୍ଟିଲ୍ ଆସ୍ପାୟାର କରୁଥିବା ରୁ ସାଧାରଣ ନାଗରିକ ବୁଦ୍ଧିଜିବୀ ମାନେ ବହୁ ପ୍ରସଂଶା କରିଛନ୍ତି…..



Visitors Today : 3
Total Visitors : 130166
Total Views : 9891611
Visitors Online Now : 0