ବରଗଡ଼ : ରାସ୍ତାରେ ଓଲଟିଲା ଦଶଚକିଆ ଟ୍ରକ ।ବରଗଡ଼ ଜିଲ୍ଲା ଅତାବିରା ନିକଟସ୍ଥ ଦମମଦା ବ୍ରିଜ ନିକଟରେ ଓଲଟିଛି ଦଶଚକିଆ ଟ୍ରକ । ଯାହାଫଳରେ କି ରାସ୍ତା ଅବରୋଧ ହୋଇଛି । ଯାତାୟତ ଠପ ହୋଇଯାଇଛି । ଅତାବିରା ଦମଦମା ବ୍ରିଜ ନିକଟ ଜାତୀୟ ରାଜପଥରେ ସୋମବାର ଦିନ ଏକ ଟ୍ରକ ଓଲଟି ପଡିଛି ।ଭାରସାମ୍ୟ ହରାଇ ଓଲଟି ପଡିଛି ଟ୍ରକ । ମାଲବୋଝେଇ ଗାଡିଟି ଓଲଟି ଯିବା ଫଳରେ ରାସ୍ତା ବନ୍ଦ ହୋଇଯାଇଛି । ଯାହାଫଳରେ କି ଲୋକଙ୍କ ଯାତାୟତରେ ବାଧା ପାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0