ମୁମ୍ବାଇ: କେନ୍ଦ୍ରସରକାରଙ୍କ ନୂତନ କୃଷି ବିଲକୁ ବିରୋଧ କରି ଦେଶ ରାଜଧାନୀ ଦିଲ୍ଲୀ ଠାରେ କୃଷକ ଆନ୍ଦୋଳନ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ମହାରାଷ୍ଟ୍ରର କୃଷକମାନେ ମଧ୍ୟ ସାମ୍ନକୁ ଆସିଛନ୍ତି । ଏନେଇ ରାଜନୀତି ସାରା ଦେଶରେ ସରଗରମ ହେଉଥିବା ବେଳେ କୃଷକଙ୍କ ସପକ୍ଷରେ ବାହାରିଛନ୍ତି ଦୁଇ ରାଜନେତା ଶରଦ ପାୱାର ଓ ଆଦିତ୍ୟ ଠାକରେ । ତେବେ ଅଲ ଇଣ୍ଡିଆ କୃଷକ ସଭାର ନେତୃତ୍ୱରେ ନାସିକରୁ ପାଦରେ ଚାଲି ଚାଲି ହଜାର ହଜାର କୃଷକ ମୁମ୍ବାଇ ପହଁଞ୍ଚିଛନ୍ତି । ଏହା ସହ ମୁମ୍ବାଇସ୍ଥିତ ଆଜାଦ ମଇଦାରେ କୃଷକଙ୍କର ଏକ ବଡ ରାଲିର ଡାକରା ଦିଆଯାଇଛି । ଏହି ରାଲିକୁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାୱାର ଓ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ସମେତ ଅନ୍ୟକେତେ ଜଣ କଂଗ୍ରେସ ନେତା ରାଲିକୁ ସମ୍ବୋଧନା କରିବାର କାର୍ଯ୍ୟକ୍ରମ ରହିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0