ନୀଳଗିରି: କିଛିଦିନ ଧରି କୁଲଡିହା ହାତୀପଲ ଅଭୟାରଣ୍ୟରୁ ବାହାରି ଆଖ ପାଖ ଅଂଚଳରେ ଆତଙ୍କ ଚଳାଉଛନ୍ତି। ବ୍ୟାପକ ଉପଦ୍ରଵ କରି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି। ବନ ବିଭାଗ ପାଇଁ ଏବେ କୁଲଡିହା ହାତୀପଲ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବାଉଁଶ ବଣିଆ ଗ୍ରାମର ରାଜେନ୍ଦ୍ର ମହାନ୍ତିଙ୍କ ବାଡ଼ିରେ ଗୋଟିଏ ଦନ୍ତା ଓ ମାଈ ହାତୀ ପଶି ତାରବାଡ଼ ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ହାତୀପଲ ଗଛିତ ଥିବା ଧାନକୁ ଖାଇଥିବା ଜଣାପଡିଛି। ହାତୀ ଦୁଇଟିକୁ ଯେତେ ଘଉଡାଇଲେ ମଧ୍ୟ ଯିବା ତ ଦୁରର କଥା ବରଂ ଅଧିକ କ୍ଷତି କରିଥିବା କୁହାଯାଇଛି। ପରିବାର ଲୋକେ ଭୟରେ ଘରୁ ବାହାରୁ ନଥିବା ବେଳେ ହାତୀ ଦୁଇଟି ଫସଲକୁ ମନ ଇଛା ନଷ୍ଟ କରିଥିବା ଦେଖାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0