ନୂଆଦିଲ୍ଲୀ: କେନ୍ଦ୍ର କୃଷି ଆଇନ ବିରୁଦ୍ଧରେ ଦିନକୁ ଦିନ ଚାଷୀମାନଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି । ଏହା ସହ ସାଧାରଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ରାଲି କରିବାକୁ ଦିଲ୍ଲୀ ପୁଲିସ ୩ଟି ମାର୍ଗରେ ଅଧିକାରୀ ସ୍ତରରେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜପଥରେ ମୁଖ୍ୟ ପରେଡ ଶେଷ ହେବା ପରେ ଟିକରି, ସିନ୍ଧୁ ଓ ଗାଜିପୁର ସୀମାରେ ଟ୍ରାକ୍ଟର ରାଲିକୁ ଦିଲ୍ଲୀରେ ପ୍ରବେଶ କରି ଦିଆଯିବ । ଏପରିସ୍ଥଳେ କୃଷକ ରାଲିରେ ହିଂସା ପରିସ୍ଥିତି ସୃଷ୍ଟି କରିବାକୁ ପାକିସ୍ତାନ ଷଡଯନ୍ତ୍ର କରୁଥିବାର ଦିଲ୍ଲୀ ପୁଲିସ ଦାବି କରୁଛି । ଏହା ସହ ପାକିସ୍ତାନ ୧୩ ରୁ ୧୮ ଜାନୁଆରୀ ମଧ୍ୟରେ ପାଖାପାଖି ୩୦୮ ଟ୍ୱିଟର ହ୍ୟାଣ୍ଡେଲ ଖୋଲିଥିବାର ସୂଚନା ଦେଇଛି ଦିଲ୍ଲୀ ପୁଲିସ । ଅନ୍ୟପଟେ ଦିଲ୍ଲୀ ପୁଲିସର ସ୍ପେଶାଲ କମିଶନର ଇଣ୍ଟଲିଜେନ୍ସ ଦିପେନ୍ଦ୍ର ପାଠକ କୃଷକଙ୍କ ସହ ମିଶି ରାଲିର ରୁଟ ମ୍ୟାପ ପ୍ରସ୍ତୁତ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0