spot_img

ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ

ତେଲକୋଇ :  ତେଲକୋଇ ରେଞ୍ଜରେ ଗତ ୪ଦିନ ହେଲା ୨ ଟିକିଆ ହାତୀ ପଲ ତେଲକୋଇ  ରେଞ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି । ବିପୁଳ ପରିମାଣର ଚାଷ ନଷ୍ଟ କରୁଛନ୍ତି ହାତୀପଲ ।ରବିବାର ବିଳମ୍ବିତ ରାତିରେ ଦୁଲ୍ଲଭପୁର ଗାଁରେ ହାତୀପଲ ପଶି ସୁରେଶ ପରିଡା, ମକା ପରିଡା, ଦିବାକର ପରିଡା,ଉପେନ୍ଦ୍ର ବିଶ୍ବାଳ ପ୍ରମୂଖ ଚାଷୀ ମାନଙ୍କର ଆଳୁ,କୋବି, ମଟର ଓ ବିଲାତି ଫସଲ ଖାଇ ନଷ୍ଟ କରିଛନ୍ତି । ବାରମ୍ବାର  ଘର ଭାଙ୍ଗିବା ସହ ଫସଲ ନଷ୍ଟ ହେଉଥିବାରୁ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି ।

ହାତୀପଲଙ୍କୁ ବନବିଭାଗ ଘଉଡ଼ାଇବା ତ ଦୁରର କଥା , ଗାଁରେ ହାତୀ ପଶିଥିବା ସୂଚନା ଦେଲେ ମଧ୍ୟ ଷ୍ଟାପ ନାହିଁ କହି ହାତୀ ଘଉଡାଇବାକୁ ଆସୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ହାତୀଙ୍କୁ ଘଉଡାଇବା ପାଇଁ କର୍ମଚାରୀ ନିଯୁକ୍ତି କରିଛି ବନବିଭାଗ । ସେପଟେ ହାତୀ ଉପଦ୍ରବ ଯୋଗୁଁ ହାତୀ ଙ୍କ ସୁରକ୍ଷା କୁ ନେଇ  ନେସ୍କୋ କର୍ତ୍ତୃପକ୍ଷ ରାତ୍ର ୧୧ଟାରୁ ସମୟରେ ବିଦ୍ୟୁତ କାଟ  କରୁଥିବାରୁ  ସମସ୍ୟା ଆହୁରି ବଢିଯାଇଛି । ଲୋକେ ଅନ୍ଧାର ରାତିରେ କିଛି ଦେଖିପାରୁନାହାଁନ୍ତି । ହାତୀପଲଙ୍କ ପାଇଁ ଏପଟେ ଫସଲ ନଷ୍ଟ ହେଉଛି ସେପଟେ ଅନ୍ଧାରରେ ରହୁଛନ୍ତି ଲୋକେ । ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular