ୱାସିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଶକ୍ତିବିଭାଗର ଗୁରୁତ୍ୱପୂର୍ଣ୍ଣ ପଦବୀରେ ୪ଜଣ ଭାରତୀୟଙ୍କୁ ନିଯୁକ୍ତ କରିଛନ୍ତି । ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ତାରକ ଶାହାଙ୍କୁ ଏହି ବିଭାଗରେ ‘ଚିଫ୍ ଅଫ୍ ଷ୍ଟାଫ୍’ ଭାବେ ନିଯୁକ୍ତି ମିଳିଛି। ସେହିଭଳି, ତନ୍ୟା ଦାସଙ୍କୁ ‘ଅଫିସ୍ ଅଫ୍ ସାଇନ୍ସ୍’ର ‘ଚିଫ୍ ଅଫ୍ ଷ୍ଟାଫ୍’, ନାରାୟଣ ସୁବ୍ରମଣିଆନ୍ଙ୍କୁ ’ଜେନେରାଲ୍ କାଉନ୍ସେଲ୍’ଙ୍କ କାର୍ୟ୍ୟାଳୟରେ ଆଇନଗତ ପରାମର୍ଶଦାତା ଏବଂ ସୁଚି ତଲତିଙ୍କୁ ‘ଜୀବାଶ୍ମ ଶକ୍ତି’ କାର୍ୟ୍ୟାଳୟର ‘ଚିଫ୍ ଅଫ୍ ଷ୍ଟାଫ୍’ ଭାବେ ନିଯୁକ୍ତି ମିଳିଛି। ‘ଶକ୍ତି ବିଭାଗ’ ୧୯ଟି ବରିଷ୍ଠସ୍ତରୀୟ ନିଯୁକ୍ତି ଘୋଷଣା କରିବା ସମୟରେ ଶାହା କହିଥିଲେ, ଏହି ମେଧାବୀ ତଥା ବିବିଧ ସମ୍ପ୍ରଦାୟର ସରକାରୀ ଅଧିକାରୀମାନେ ଜଳବାୟୁ ସଙ୍କଟ ମୁକାବିଲା କରି ସନ୍ତୁଳିତ ସ୍ୱଚ୍ଛ ଇନ୍ଧନଯୁକ୍ତ ଭବିଷ୍ୟତ ନିମନ୍ତେ ବାଇଡେନ୍ଙ୍କ ଲକ୍ଷ୍ୟ ସାଧନ କରିବାରେ ସମର୍ଥ ହେବେ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0