ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ବିଜେପି ଚଳାଇଥିବା ଆନ୍ଦୋଳନକୁ ୭୨ ଘଂଟା ପାଇଁ ସ୍ଥଗିତ ରଖିଥିଲା । ଏହି ସମୟ ଭିତରେ ସମସ୍ତ ମଣ୍ଡିରେ ଧାନ ଉଠାଇବା ପାଇଁ ସରକାରଙ୍କୁ ଦେଇଥିଲା ଡେଡ ଲାଇନ। ଏହି କଣ୍ଟ ପୁରିବା ପରେ ଦଳର ଆଗାମୀ ରଣନୀତି କ’ଣ ହେବ ସେନେଇ ନିଷ୍ପତ୍ତି କରିବେ ପଶ୍ଚିମ ଓଡ଼ିଶାର ନେତା । ଅପରାହ୍ନ ୫ଟାରେ ୫ଟି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୩୭ଟି ବିଧାନସଭା କ୍ଷେତ୍ରର ନେତା ବୈଠକ କରି ଆଗାମୀ ରଣନୀତି ସ୍ଥିର କରିବେ । ସେପଟେ ରାଜ୍ୟ କାର୍ୟ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସଭାପତି ମଣ୍ଡିରୁ ଧାନ ଉଠାଇବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ସମୀର ମହାନ୍ତି କହିଛନ୍ତି, ସରକାର ମଣ୍ଡିରୁ ଧାନ ଉଠାଇ ଚାଷୀଙ୍କୁ ଆଶ୍ୱସ୍ତି କରନ୍ତୁ । କାଳିଆ ଯୋଜନାରେ କେତେ ଚାଷୀ ଲାଭ ପାଉଛନ୍ତି ବୋଲି ମଧ୍ୟ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ପ୍ରଥମ କିସ୍ତିରେ ୩୮ ଲକ୍ଷ ତାଲିକା ରାଜ୍ୟ ସରକାର ଦେଇଥିଲେ ଏବେ ଏହା ୯ ଲକ୍ଷକୁ କେମିତି ଆସିଲା ବୋଲି ପ୍ରଶ୍ନ କରିଛି ବିଜେପି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0