ଭୁବନେଶ୍ୱର: ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ତତ୍ପର । ଆରମ୍ଭରୁ ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ମହିଳା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ୟ୍ୟାତନା ତଥା ସେ ସଂକ୍ରାନ୍ତୀୟ ଅପରାଧକୁ ଯେପରି ଫଳପ୍ରଦ ଭାବରେ ରୋକାଯାଇପାରିବ ସେନେଇ ବିଶେଷ ଧ୍ୟାନ ଦେଇଛନ୍ତି । ଏବଂ ଏଭଳି ଅଭିଯୋଗର ଉଚିତ ଭାବରେ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏମିତି ଏକ ଦୃଢ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ପୋଲିସରେ ଏକ ସ୍ୱତନ୍ତ୍ର ଶାଖା ଖୋଲିବା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଆଜି ଏହି ସ୍ୱତନ୍ତ୍ର ଶାଖା ପାଇଁ ୬୨ଟି ବିଭିନ୍ନ ପଦବୀକୁ ମଞ୍ଜୁର କରିଛନ୍ତି । ଏଥିରେ ପୋଲିସ ବିଭାଗର ୬୦ଟି ପଦବୀ ସହିତCyber Forensic ଏବଂ IT ବିଶେଷଜ୍ଞ ପାଇଁ ୨ଟି ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି । ଏହାସହ ଜଣେ ଆଇ.ଜି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଏହି ଶାଖା ପରିଚାଳିତ ହେବ । ଏଥିରେ ଦୁଇ ଜଣ ଅତିରିକ୍ତ ଏସ.ପି, ୧୦ ଜଣ ଡ଼ି.ଏସ.ପି, ୯ ଜଣ ଇନ୍ସପେକ୍ଟର, ୧୦ ଜଣ ସବ ଇନ୍ସପେକ୍ଟର, ୮ ଜଣ ଏ.ଏସ.ଆଇ ଓ ୧୪ ଜଣ କନେଷ୍ଟବଳଙ୍କୁ ନିୟୋଜିତ କରାଯିବ। ଏହା ସହିତ ୫ଜଣ ministerial staff ପଦବୀକୁ ମଧ୍ୟ ମଞ୍ଜୁର କରାଯାଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0