ରାୟପୁର: ଖୁବଶୀଘ୍ର କ୍ରିକେଟ ମଇଦାନକୁ ଫେରୁଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । କେବଳ ସଚିନ ନୁହେଁ ବିଶ୍ୱର ଶ୍ରେଷ୍ଠ କ୍ରିକେଟରଙ୍କୁ ଦେଖିବା ପାଇଁ ମିଳିବ । ତେବେ ରୋଡ ସେଫ୍ଟି ୱାଲ୍ଡ ସିରିଜରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଛତିଶଗଡର ରାୟପୁର ଠାରେ ଆରମ୍ଭ ହେବାକୁ ଯାଉଛି । ଏଥିରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହିତ ଜଣ୍ଟି ରୋଡ, ମୁଥିୟା ମୁରଲିଧରଣ, ବ୍ରେଟ ଲି ଓ ବ୍ରାଏନ ଲାରାଙ୍କ ଭଳି ବିଶ୍ୱବିଖ୍ୟାତ କ୍ରିକେଟର ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଯାଉଛନ୍ତି । ଏନେଇ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂହ ବାଘେଲାଙ୍କ ସହ କଥାବାତ୍ତା କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଟିଜ ଦଳ ଭାଗ ନେବାର ସୂଚନା ମିଳିଛି । ତେବେ ଚଳିତ ବର୍ଷ ମାର୍ଚ୍ଚ ୨ରୁ ୨୧ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0