spot_img

ଶହୀଦ କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ରରେ ସମ୍ମାନିତ

ଗଲୱାନ ଘାଟିରେ ଶହୀଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ଚଳିତ ବର୍ଷ ମହାବୀର ଚକ୍ରରେ ସମ୍ମାନିତ କରାଯିବ । ଗଲୱାନ ଘାଟିରେ ସନ୍ତୋଷ ବାବୁ ଚୀନ ପକ୍ଷ ସହ କଥାବାର୍ତ୍ତାର ନେତୃତ୍ତ୍ୱ ନେଇଥିଲେ । କିନ୍ତୁ ବଳମ୍ବିତ ରାତିରେ ସେ ଶହୀଦ ହୋଇଯାଇଥିଲେ । ଗଣତନ୍ତ୍ର ଦିବସ ଅବସରରେ ପ୍ରତିବର୍ଷ ସହୀଦ ଯବାନଙ୍କୁ ବୀରତ୍ୱ ପୁରସ୍କାର ଦିଆଯାଇଥାଏ । କିନ୍ତୁ ଏଥର ଗଣତନ୍ତ୍ର ଦିବସରେ କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ରରେ ସମ୍ମାନିତ କରାଯିବ । ପରମବୀର ଚକ୍ର ପରେ ମହାବୀର ଚକ୍ର ସେନାର ସବୁଠାରୁ ବଡ଼ ସମ୍ମାନ । ଏଥିସହ ଗଲୱାନା ଘାଟିରେ ଚୀନ ସହ ହିଂସା ଘଟଣାରେ ପ୍ରାଣ ହରାଇଥିବାଆଉ ୧୯ ଜଣ ଶହୀଦ ଯବାନଙ୍କୁ ଗ୍ୟାଲେଣ୍ଟ୍ରି ଆୱାର୍ଡ଼ରେ ସମ୍ମାନିତ କରାଯିବ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular