spot_img

ବଦଳିଲା ଡ୍ରାଇଭିଂ ଲାଇସେନ୍ସ ନିୟମ

ବଦଳିଲା ଡ୍ରାଇଭିଂ ଲାଇସେନ୍ସ ନିୟମ । ସଡ଼କ ପରିବହନ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ରସରକାର । ଡ୍ରାଇଭିଂ ଲାଇସେନ୍ସ ଲର୍ଣ୍ଣିଂ ଏବଂ ରିନୁ୍ୟଆଲ ପାଇଁ ଆଉ ଆବେଦନକାରୀଙ୍କୁ ଆରଟିଓ ଅଫିସକୁ ଯିବାକୁ ପଡ଼ିବନି । ଘରେ ବସି ଅନଲାଇନ ମାଧ୍ୟମରେ ଆବେଦନକାରୀ ନିଜର ସମସ୍ତ ଗାଡ଼ି ସମ୍ବନ୍ଧୀୟ ଜରୁରୀ କାଗଜପତ୍ର ପାଇପାରିବେ । ସେହିପରି ଦେଶର ପ୍ରାୟ ସବୁ ରାଜ୍ୟରେ ପରିବହନ ବିଭାଗ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ସ୍ଲଟ ବୁକ ହେବା କ୍ଷଣି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି ଜମା କରିବାକୁ ପଡ଼ୁଛି । ଟଙ୍କା ଜମା କରିବାପରେ ଡ୍ରାଇଭିଂ ଟେଷ୍ଟପାଇଁ ଗାଡ଼ି ଚାଳକଙ୍କ ସୁମିଧା ମୁତାବକ ତାରିଖ ଉପଲବ୍ଧ ହୋଇପାରୁଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular