spot_img

ଧାନ ବସ୍ତା ପଡ଼ି ମହଳାଙ୍କ ମୃତ୍ୟୁ

ଆନନ୍ଦପୁର : ଆନନ୍ଦପୁର ଥାନା ବାହିଆବାରଦଣ୍ଡା ଗାଁରେ ଘରେ ଶୋଇଥିବା ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ ଧାନ ବସ୍ତା ପଡ଼ିଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ଜାନଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ମାଗୁଆ ହୋ’ଙ୍କୁ ଗୁରୁତର ଅବସ୍ଥାନରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧାନ ବସ୍ତା ପଡ଼ିବା ଦେଖି ପରିବାର ଲୋକେ ଓ ପଡ଼ୋଶୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ସ୍ତ୍ରୀ ଜାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ମାଗୁଆ ହୋ’ଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular