ବଲାଙ୍ଗୀର : ଆସନ୍ତା କାଲି ପାଳିତ ହେବ ୭୨ ତମ ଗଣତନ୍ତ୍ର ଦିବସ। ଏ ନେଇ ବଲାଙ୍ଗୀର ଜିଲ୍ଲାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।ବଲାଙ୍ଗୀରରେ କୋଭିଡ୍ କଟକଣାକୁ ଆଖି ଆଗରେ ରଖି ବିଭିନ୍ନ ସ୍କୁଲ କଲେଜ ପ୍ୟାରେଡକୁ ବାଦ ଦିଆଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବାଦ ଦିଆଯାଇଛି। ଅନ୍ୟପଟେ ପୋଲିସର ଦୁଇଟି ଦଳ ପ୍ୟାରେଡରେ କେବଳ ଅଭିବାଦନ ଜଣାଇବା କାର୍ଯ୍ୟକ୍ରମ ଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।
ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ମାଓ ପ୍ରବଣ ଜିଲ୍ଲା ଭାବରେ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି। ବଲାଙ୍ଗୀର ଏସପିଙ୍କ ନେତୃତ୍ବରେ ସମଗ୍ର ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାଓ ଅଞ୍ଚଳରେ ସିଆରପିଏଫ, ଏସଓଜି ଜଓ୍ବାନମାନଙ୍କ ଦ୍ବାରା କୁମ୍ବିଙ୍ଗ ଅପରେସନ ଜାରି ରହିଛି।
ସେପଟେ ଇଣ୍ଟେଲିଜେନ୍ସ ପକ୍ଷରୁ ମଧ୍ୟ ବିଭିନ୍ନ ପ୍ରକାର ସୂଚନା ରଖାଯାଉଥିବା ବେଳେ ସମସ୍ତ ଛୋଟ ବଡ ଘଟଣା ଉପରେ ନଜର ରଖାଯାଇଥିବା କହିଛନ୍ତି ବଲାଙ୍ଗୀର ଏସପି ନିତିନ କୁଶଲକର।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0