ଭୁବନେଶ୍ୱର : ଦେଶର ୩୨ ଶିଶୁଙ୍କୁ ବର୍ଷ ୨୦୨୧ ପାଇଁ ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ସେମାନଙ୍କ ମଧ୍ୟରେ ଓଡ଼ିଆ ମେଧାବୀ ଅନ୍ୱେଷ ଶୁଭମ ପ୍ରଧାନ ଅଛନ୍ତି। ଏହି ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ସଂକ୍ରମଣ କାରଣରୁ ଆପଣମାନଙ୍କ ସହ ଭର୍ଚୁଆଲ ମିଟିଂ କରିବାକୁ ପଡ଼ିଲା ବୋଲି କହିଛନ୍ତି ମୋଦି। ଓଡ଼ିଆ ମେଧାବୀ ଅନ୍ୱେଷ ଶୁଭମ ପ୍ରଧାନ ଭୁବନେଶ୍ୱରରେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ସେ ବର୍ତ୍ତମାନ ସୁଦ୍ଧା ୪୦୦ ସାର୍ଟିଫିକେଟ୍ ଓ ଛାତ୍ରବୃତ୍ତି ପାଇଛନ୍ତି। ସେ ସିଙ୍ଗାପୁର ଓ ଏସିଆନ୍ ସ୍କୁଲ ମ୍ୟାଥ୍ ଅଲମ୍ପ୍ୟାଡ୍ରେ ୩ଟି ଗୋଲ୍ଡ ମେଡାଲ ପାଇଛନ୍ତି। ସେହପରି ଥାଇଲାଣ୍ଡ ଅନ୍ତର୍ଜାତୀୟ ମ୍ୟାଥମେଟିକ୍ସ ଅଲମ୍ପ୍ୟାଡ୍ରେ ଗୋଲ୍ଡ ମ୍ୟାଡାଲ୍ ପାଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0