spot_img

ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଲାଞ୍ଚ କାରବାର

ବାଲିଆପାଳ : ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ଲାଞ୍ଚ କାରବାର, ନ୍ୟାୟ ପାଇଁ ଥାନାରେ ଅଭିଯୋଗ । ତେବେ ଏଭଳି ସଙ୍ଗିନ ଅଭିଯୋଗ ଆସିଛି ଜଣେ ସରପଞ୍ଚ, ସମିତି ସଦସ୍ୟ,ୱାର୍ଡ ସଭ୍ୟ,ଏବଂ ଜଣେ ଅଙ୍ଗନ ଉଆର୍ଡି କର୍ମୀଙ୍କ ନାମରେ । ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅର୍ନ୍ତଗତ ଜାମକୁଣ୍ଡା ପଞ୍ଚାୟତରେ । ଆଉ ଅଭିଯୋଗ ଆଣିଛନ୍ତି ବଡ଼ ତାଳପଦା ଗ୍ରାମର ଜଣେ ହରିଜନ, ଦିବ୍ୟାଙ୍ଗ ମହିଳା ମିତାରାଣି ମଙ୍ଗରାଜ । ଅଭିଯୋଗ ଅନୁଯାୟୀ ମିତାରାଣି ଙ୍କୁ ସ୍ଥାୟୀ ଅଙ୍ଗନବାଡି କର୍ମୀ ନିଯୁକ୍ତି କରାଇ ଦେବା ପାଇଁ ଜାମକୁଣ୍ଡା ସରପଞ୍ଚ ବ୍ରଜ କିଶୋର ବିଶ୍ବାଳ,ସମିତି ସଦସ୍ୟ ଗଣେଶ ବାରିକ ,ୱାର୍ଡ ସଭ୍ୟ ମଣ୍ଟୁ ସାହୁ, ତାଳପଦା ଅଙ୍ଗନବାଡି କର୍ମୀ ମମତା ଜେନା ଏକ ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ମିତାରାଣି ତାଙ୍କର ସ୍ବାମୀ ଓ ଶ୍ବଶୁରଙ୍କ ସହିତ ଆଲୋଚନା କରି, ବନ୍ଧୁବାନ୍ଧବ ଓ ବ୍ୟାଙ୍କରୁ ଧାର କରଜ କରିବା ସହିତ , ସୁଧରେ ଟଙ୍କା ଆଣି ସେମାନଙ୍କୁ ଦେଇଥିଲେ । ଘଟଣାକୁ ତିନି ବର୍ଷ ବିତିଥିଲେବି ,ଏ ପର୍ୟ୍ୟାନ୍ତ ତାଙ୍କୁ ନିଯୁକ୍ତି ମିଳିପାରି ନାହିଁ ।  ମିତାରାଣି ସେମାନଙ୍କୁ ଟଙ୍କା ମାଗିବାରୁ ,ସରପଞ୍ଚ ବ୍ରଜକିଶୋର ବିଶ୍ବାଳ ,ସଦସ୍ୟ ଗଣେଶ ବାରିକ , ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାକୁ ନାଲି ଆଖି ଦେଖାଇ ଧମକ ଦେଇଥିଲେ । ଏନେଇ ନ୍ୟାୟ ପାଇଁ ମିତାରାଣି ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular