spot_img

କୁକୁଡ଼ାଖଣ୍ଡିରେ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଘାଟନ

କୁକୁଡ଼ାଖଣ୍ଡି: କୁକୁଡ଼ାଖଣ୍ଡିରେ ମାଁ ମହୁରୀ କାଳୁଆ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଘାଟନ । ଅନନ୍ତେଇ ଗ୍ରାମ ଖେଳ ପଡ଼ିଆରେ ରବିବାର ଏହି କ୍ରିକେଟ ଟୁର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ପଂଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ନିରୁପମା ପାତ୍ର, ସରପଂଚ ପିଙ୍କ ଦାଶ ଟୁର୍ଣ୍ଣମେଣ୍ଟର ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ । ପ୍ରମୁଖ ଟିମ ମଧ୍ୟରେ ଖେଳିବେ ଏହି ମ୍ୟାଚରେ ମଧ୍ୟରେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ସୂଚନା ମିଳିଛି । ଅନ୍ୟମାନଙ୍କ ମଧ୍ୟରେ କିଶୋର ପାତ୍ର , ଶ୍ରୀକାନ୍ତ ପାତ୍ର, ତୁଷାର ପାତ୍ର, ସୁନୀଲ ସାମଲ, ରୁଦ୍ର ବେହେରା, ଟୁନା ସେଥି, ବୁଲୁ ସେଥି, କୃଷ୍ଣ ଗୌଡ଼, ସନ୍ତୋଷ ରେଡି, ନାରାୟଣ ଦାସ, ସନ୍ଟୁନୁ ଗୌଡ଼ , ଲିଙ୍କନ ପାତ୍ରଙ୍କ ସମେତ ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular