ଭୁବନେଶ୍ବର : ଯୁକ୍ତ୩ ତଥା ଡିଗ୍ରି କଲେଜରେ ଖାଲି ପଡ଼ିଥିବା ସିଟ ପୂରଣ ଲାଗି ପୁଣିଥରେ ନାମଲେଖା ଅନୁଷ୍ଠିତ ହେବ। ଦୁଇଟି ପର୍ୟ୍ୟାୟ ନାମଲେଖା ପରେ ବି ବହୁ ସିଟ ଖାଲି ରହିଛି। ଅନେକ ପିଲା ନାମ ଲେଖାଇପାରି ନାହାନ୍ତି। ତାହାକୁ ଦୃଷ୍ଟିରେ ରଖି ତୃତୀୟ ପର୍ୟ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ www.samsodisha.gov.in ମାଧ୍ୟମରେ କମନ ଆପ୍ଲିକେସନ ଫର୍ମ ଦାଖଲ କରିପାରିବେ। ଫେବ୍ରୁଆରି ୨ ତାରିଖ ଆବେଦନର ଶେଷ ସମୟ ସୀମା ରଖାଯାଇଛି। ଫେବ୍ରୁଆରି ୩ ଅପରାହଣ ୨ଟାରେ ମେରିଟ ଲିଷ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଅନଲାଇନରେ ନାମଲେଖା ଫି’ ଦାଖଲ କରିପାରିବେ। ୮ ତାରିଖ ପର୍ୟ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ। ୪ ତାରିଖରୁ ୯ ତାରିଖ ଅପରାହଣ ୫ଟା ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0