ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ, ନାଳରେ ୧୬ଟି ଧଳା ବଉଳା କୁମ୍ଭୀର ଅଛନ୍ତି। ଯାହାକି ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠୁ ଅଧିକ। ଭିତରକନିକା ନଦୀରେ ୧୮ ଫୁଟ ଲମ୍ବ ଧଳା ଅଣ୍ଡିରା ଓ କାଳିଭଞ୍ଜଡ଼ିଆ ନିକଟରେ ୧୬ ଫୁଟର ମାଈ ଧଳା ବଉଳା କୁମ୍ଭୀର ଅଛନ୍ତି। ଡ. କରଙ୍କ ତତ୍ତ୍ବାବଧାନରେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଓ ବାହାରେ ଚଳିତ ମାସ ୧୫ରୁ ୨୩ ତାରିଖ ଯାଏ ଲୁଣି ପାଣି ବା ବଉଳା କୁମ୍ଭୀର ଗଣନା କରାଯାଇଥିଲା। ଗତବର୍ଷ ଭିତରକନିକାରେ ୧୭୫୭ କୁମ୍ଭୀର ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୬୮କୁ ବୃଦ୍ଧି ପାଇଛି। ଏଥିସହିତ ଗତବର୍ଷ ଭିତରକନିକାରେ ୧୫ଟି ବଉଳା କୁମ୍ଭୀର ଥିବାବେଳେ ଏ ବର୍ଷ ଏହି ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୫ଟି ମାଈ ଧଳା କୁମ୍ଭୀର ଥିବାବେଳେ ଅଣ୍ଡିରା ଧଳା କୁମ୍ଭୀର ୮ଟି ଓ ୩ଟି ଧଳା କୁମ୍ଭୀର ଶାବକ ଅଛନ୍ତି।



Visitors Today : 1
Total Visitors : 130436
Total Views : 9891967
Visitors Online Now : 0