ଜୟପାଟଣା : ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଜୟପାଟଣା ଥାନାରେ କଂଗ୍ରେସର ଅଭିଯୋଗ । କୋଭିଡ଼ ଆଇନ ଭଙ୍ଗ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ଅଭିଯୋଗ କରାଯାଇଛି । ଗତ ୧୪ ତାରିଖ ମେଗା ଉଠାଜଳ ପ୍ରକଳ୍ପର ଲୋକାର୍ପଣ ପାଇଁ କଳାହାଣ୍ଡି ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ , ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଧାୟକ ପ୍ରଣବ ପ୍ରକାଶ, ପ୍ରଦୀପ ଦିଶାରୀ , ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ଅନ୍ୟ ସରକାରୀ ପ୍ରତିନିଧି ମାନେ କୋଭିଡ଼ ନିୟମ ଭଙ୍ଗ କରିଥିବା ନେଇ ବ୍ଲକ କଂଗ୍ରେସ ଅଭିଯୋଗ କରିଛି । ବସ ଯୋଗେ ପରିବହନ, ବିଭିନ୍ନ ପଂଚାୟତରେ ବିଧାୟକ ମାନଙ୍କ ଜନ ସମାବେଶ ଏବଂ ଅନ୍ୟ କାର୍ଯ୍ୟକ୍ରମରେ ୩ହଜାରରୁ ଉର୍ଦ୍ଧ ଲୋକଙ୍କ ସମାବେଶ କରି ସରକାରୀ ଅର୍ଥର ଦୁରୂପଯୋଗ କରାଯାଇଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି । ବ୍ଲକ ସଭାପତି ଗଙ୍ଗାଧର ପାତ୍ରଙ୍କ ନେତୃତ୍ୱରେ ଅନ୍ୟ କଂଗ୍ରେସ କର୍ମକର୍ତ୍ତା ମାନେ ଜୟପାଟଣା ଥାନାରେ ଏନେଇ ଅଭିଯୋଗ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0