spot_img

ଶୁବମାନଙ୍କୁ ନେଇ ବଡ ବୟାନ ଦେଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିବା ଶୁବମାନ ଗିଲଙ୍କୁ ନେଇ ବଡ ବୟାନ ଦେଲେ ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର । ଗୌତମ ଗମ୍ଭୀର କହିଛନ୍ତି, ଗିଲଙ୍କୁ ଏପର୍ଯ୍ୟନ୍ତ ଚାପ ଦିଆଯିବା ଉଚିତ ନୁହେଁ, ବରଂ ତାଙ୍କୁ ସମୟ ଦିଆଯିବା ଉଚିତ । ଆଡିଲେଡରେ ଲଜ୍ଜାଜନକ ପରାଜୟ ପରେ ମେଲବୋର୍ନରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଦଳରେ ଏକ ବଡ ପରିବର୍ତ୍ତନ ଆସିଥିଲା ଏବଂ ଓପନର ପୃଥ୍ୱୀ ଶ’କୁ ବସାଇ ଶୁଭମାନ ଗିଲଙ୍କୁ ସୁଯୋଗ ଦିଆଯାଇଥିଲା । ବ୍ରିସବେନ ଟେଷ୍ଟରେ ସେ ଏକ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ । ଏହି ମ୍ୟାଚରେ ଗିଲଙ୍କ କୌଶଳକୁ ସମସ୍ତେ ପ୍ରଶଂସା କରିଥିଲେ । ତେବେ ଗିଲଙ୍କର ଚମକ୍ରାର ପ୍ରଦର୍ଶନ ପରେ ତାଙ୍କୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସ୍ଥାନ ନିଶ୍ଚିତ ହୋଇଛି । ଅନ୍ୟପଟେ ଗିଲଙ୍କୁ ଏବେ ଠାରୁ ଅଧିକ ଚିନ୍ତା କରିବା ଉଚିତ ନୁହେଁ ଏହା ତାଙ୍କୁ ଚାପରେ ପକାଇପାରେ ବୋଲି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular