ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ସୂତ୍ରଧର ହେଉଛନ୍ତି ଅଭିନେତା ଦୀପ ସିନ୍ଧୁ ଏବଂ ଗ୍ୟାଙ୍ଗଷ୍ଟର ଲଖା ସିଦ୍ଧାନା । ତେବେ ଉଭୟଙ୍କ ନାମ ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଦୀପ ସିନ୍ଧୁ ହେଉଛନ୍ତି ପଞ୍ଜାବର ଜଣେ ଲୋକପ୍ରିୟ ଅଭିନେତା । ତାଙ୍କ ସମେତ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଲଖା ସିଦ୍ଧାନାଙ୍କ ଇସାରାରେ ହିଂସା ସୃଷ୍ଟି କରାଯାଇଥିବା ପୁଲିସ ତଥ୍ୟ ପାଇଛି । ଅନ୍ୟପଟେ ଦୀପ ସିନ୍ଧୁ ଲାଲକିଲାରେ ନିଶାନ ସାହିବଙ୍କ ଧାର୍ମିକ ପତାକା ଉଡାଇଥିଲେ । ଏହା ସହ ସେ ବିକ୍ଷୋଭ ମଞ୍ଚରେ ନେତୃତ୍ୱ ନେଇଥିଲେ । ନାରାବାଜି କରିଥିଲେ ଏବଂ ଟ୍ରାକ୍ଟର ରାଲିକୁ ରିଙ୍ଗ ରୋଡକୁ ଡାଇଭର୍ଟ ମଧ୍ୟ କରାଇଥିଲେ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0