ଉତ୍ତରାଖଣ୍ଡ: ଗଙ୍ଗା ନଦୀରେ ଗାଧୋଉଥିବା ବେଳେ ହଠାତ ଗଙ୍ଗା ନଦୀର ଜଳସ୍ତର ବଢିଯାଇଥିଲା । ଫଳରେ ୫ ଜଣ ପର୍ୟ୍ୟଟକ ଅଳ୍ପକେ ବର୍ତ୍ତିଯାଇଛନ୍ତି ଜ୍ଝ ଦିଲ୍ଲୀର ପାଞ୍ଚଜଣ ପର୍ୟ୍ୟଟକଙ୍କୁ ସ୍ଥାନୀୟ ଉଦ୍ଧାରକାରୀ ଦଳ ଉଦ୍ଧାର କରି ଜୀବନ ବଂଚାଇଦେଇଛନ୍ତି ଜ୍ଝ ମିଳିଥିବା ସୂଚନା ଅନୁସାରେ ଋଷିକେଶ ନିକଟରେ ଗଙ୍ଗା ନଦୀରେ ଦିଲ୍ଲୀର ପାଞ୍ଚଜଣ ପର୍ୟ୍ୟଟକ ଗାଧୋଉଥିଲେ, କିନ୍ତୁ ଏହି ସମୟରେ ହଠାତ୍ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଥିଲା ଜ୍ଝ ଜଳ ସ୍ତର ହଠାତ ବଢ଼ିବାରୁ ପର୍ୟ୍ୟଟକମାନେ ଏକ ଟାପୁରେ ଫସିଯାଇଥିଲେ ଜ୍ଝ ହଠାତ୍ ଗଙ୍ଗାର ଜଳ ସ୍ତର ବଢିବାକୁ ଲାଗିଥିଲା ଏବଂ ଟାପୁରୁ ନଦୀ କୂଳକୁ ଫେରିବା ରାସ୍ତା ବନ୍ଦ ହୋଇଯାଇଥିଲା ଜ୍ଝ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ ଜ୍ଝ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ପର୍ୟ୍ୟଟକମାନଙ୍କୁ ଦଉଡି ସାହାଯ୍ୟରେ ଉଦ୍ଧାର କରିଥିଲା ଜ୍ଝ



Visitors Today : 1
Total Visitors : 130303
Total Views : 9891806
Visitors Online Now : 0