spot_img

ଚୀନ ପ୍ରସ୍ତୁତ ଟିକାରେ ୭୩ଟି ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ: ନିଜ ଦେଶରୁ କରୋନା ଭୂତାଣୁକୁ ସମଗ୍ର ବିଶ୍ୱରେ ବ୍ୟାପେଇଥିବା ଚୀନ ଏବେ ପୁଣି ଚର୍ଚ୍ଚାରେ । ଆଗୁଆ କରୋନା ଟିକା ବାହାର କରି କିଛି ଦେଶ ମାନଙ୍କୁ ମଧ୍ୟ ଚୀନ ଦେଇଥିଲା । ତେବେ ଚୀନ ଦ୍ୱାରା ପ୍ରସ୍ତୁତ ସିନୋଭାକ ଟିକା କିଣିଥିବା ତୁର୍କୀ ଓ ବ୍ରାଜିଲ ଅଭିଯୋଗ କରିଛନ୍ତି ଚୀନ ପକ୍ଷରୁ ଏହି ଟିକା ସଂପର୍କିତ ତଥ୍ୟ ଠିକ ସମୟରେ ପ୍ରଦାନ କରାଯାଉନାହିଁ । ଫଳରେ ଟିକାର ସୁରକ୍ଷା ଯାଞ୍ଚ କରିବା ସମ୍ଭବ ହୋଇପାରୁ ନାହିଁ । ଫିଲିପାଇନ୍ସ ସରକାର ଚୀନଠାରୁ ଟିକା କିଣିଥିବାରୁ ସେଠାକାର ସାଂସଦମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେହିପରି ସିଂଗାପୁର ଓ ମାଲେସିଆରେ ମଧ୍ୟ ଲୋକମାନେ ଚୀନ ଟିକାକୁ ପ୍ରବଳ ବିରୋଧ କରୁଛନ୍ତି । ସିନୋଭାକ ଟିକାର ନିରାପତ୍ତା ସମ୍ପର୍କରେ ଯଥେଷ୍ଟ ତଥ୍ୟ ନ ଥିବାରୁ ଲୋକମାନେ ଏହି ଟିକାକୁ ନେବାକୁ ରାଜି ହେଉନାହାନ୍ତି । ଫଳରେ ଉଭୟ ଦେଶର ସରକାର ଲୋକମାନଙ୍କୁ ଆଶ୍ବାସନା ଦେଇଛନ୍ତି ଯେ ସଂପୂର୍ଣ୍ଣ ସୁରକ୍ଷା ଯାଞ୍ଚ ନ ହେବା ପର୍ୟ୍ୟନ୍ତ ଲୋକମାନଙ୍କୁ ଟିକା ଦିଆଯିବ ନାହିଁ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular