spot_img

ବାଙ୍କୀରେ ଏକାଧିକ ବିଦେଶାଗତ ପକ୍ଷୀଙ୍କ ମୃତ୍ୟୁ

ବାଙ୍କୀ: ବାଙ୍କୀ ଅଞ୍ଚଳରେ ଏକାଧିକ ବିଦେଶାଗତ ପକ୍ଷୀଙ୍କ ମୃତଦେହ ଠାବ ହେବା ପରେ ବାର୍ଡ ଫ୍ଲୁ ଆଶଙ୍କା ସୃଷ୍ଟି ହୋଇଛି। ବାଙ୍ଗୀ ଗଡ଼ରେ ରୁଡି ଶେଲ୍ ଡକ୍ ନାମକ ବିଦେଶା ଗତ ପକ୍ଷୀଙ୍କ ମୃତଦେହ ବିଲରେ ପଡ଼ିଥିବା ଦେଖାଯାଇଥିଲା। କିଛି ଛଟପଟ ମଧ୍ୟ ହେଉଥିଲେ। ଦେଶର ବିଭିନ୍ନ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିଥିବାବେଳେ ଏହା ଓଡିଶା ପହଞ୍ଚିଥିବା ଆଶଙ୍କାରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବାଙ୍କୀ ଗଡ଼ରେ ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଯୁବକମାନେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ସୂଚନା ଦେଇଥିଲେ। ସେ ଘଟଣା ସ୍ଥଳରେ ପହଞ୍ଚି ମୃତ ପକ୍ଷୀଙ୍କ ଫଟୋ ଓ ଭିଡ଼ିଓ ସ୍ନେକ ହେଲ୍ପ ଲାଇନ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠାଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular