ପାଟନା: ବିହାରରେ ବିଜେପି ନେତାଙ୍କୁ ଗୁଳିମାଡ଼ ହୋଇଛି। ମୁଙ୍ଗେରସ୍ଥିତ ଇଭନିଂ କଲେଜ ନିକଟରେ ଦୁର୍ବୃତ୍ତମାନେ ବିଜେପି ମୁଖପାତ୍ର ଡା. ଅଜଫର ଶାମ୍ସୀଙ୍କୁ ଗୁଳିମାଡ଼ କରିଛନ୍ତି। ଅଜଫରଙ୍କ ଜଙ୍ଘରେ ଗୁଳି ବାଜିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ପଷ୍ଟ ଦିବାଲୋକରେ ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ଗୁଳିମାଡ଼ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଜଫର ଇଭନିଂ କଲେଜରେ ପ୍ରଫେସର ମଧ୍ୟ ଅଛନ୍ତି। ଆଜି ସେ ନିଜ କାରରୁ ଓହ୍ଲାଇ କଲେଜ ପରିସରକୁ ବାହାରୁଥିବାବେଳେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଅନ୍ୟପଟେ ଅପରାଧୀମାନେ ଅଜଫରଙ୍କୁ ଆକ୍ରମଣ କରିବା ଲାଗି ପୂର୍ବରୁ ଘଟଣାସ୍ଥଳରେ ଛକି ରହିଥିଲେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0