ମୁମ୍ବାଇ: ବଲିଉଡରେ ନୋପୋଟିଜମ ଓ ଆଉଟସାଇଡରଙ୍କ ମଧ୍ୟରେ ଖୁବ୍ କଥା କଟାକଟି ଚାଲିଛି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରିରେ ନେପୋଟିଜ୍ମକୁ ନେଇ ଖୁବ୍ ଚର୍ଚ୍ଚା ଧରିଛି । ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ରେ ସଙ୍ଗୀତ ନିଦେ୍ର୍ଦଶନା ଦେଇଛନ୍ତି ଏ.ଆର. ରହମାନ । ଏନେଇ ଏକ ସାକ୍ଷାତକାରରେ ତାଙ୍କୁ ପଚାରା ଯାଇଥିଲା କି, ତାମିଲ ଫିଲ୍ମ ଅପେକ୍ଷା ହିନ୍ଦୀ ଫିଲ୍ମରେ କାହିଁକି କମ୍ କାମ କରୁଛନ୍ତି ? ଏହାର ଉତ୍ତରରେ ରହମାନ କହିଥିଲେ, ‘ମୁଁ ଭଲ ଫିଲ୍ମ କରିବା ପାଇଁ କେବେ ମନା କରେ ନାହିଁ । କିନ୍ତୁ ମୋତେ ଲାଗୁଛି କି ବଲିଉଡରେ କିଛି ଗୋଷ୍ଠୀ ରହିଛନ୍ତି, ଯେଉଁମାନେ ଭୁଲ ଖବର ପ୍ରଚାର କରୁଛନ୍ତି ।
ରହମାନଙ୍କ ଏପରି ମନ୍ତବ୍ୟ ପରେ ନିଦେ୍ର୍ଦଶକ ଶେଖର କପୁର ଟ୍ୱିଟ କରି କହିଛନ୍ତି ‘ତୁମେ ଜାଣିଛ ତୁମର ଭୁଲ କ’ଣ ଏ.ଆର. ରହମାନ? ତୁମେ ଯାଇ ଓସ୍କାର ପୁରସ୍କାର ନେଇଆସିଲ । ବଲିଉଡରେ ଓସ୍କାର ପାଇବା ମୃତ୍ୟୁକୁ ଚୁମ୍ବନ ସଦୃଶ । ତୁମ ପାଖରେ ଥିବା ପ୍ରତିଭା ବଲିଉଡ କ୍ଷମତାର ବାହାରେ । ବଲିଉଡ ତୁମ ପ୍ରତିଭାର ଯୋଗ୍ୟ ନୁହେଁ ବୋଲି ଏଥିରୁ ପ୍ରମାଣିତ ହେଉଛି ।’
You know what your problem is @arrahman ? You went and got #Oscars . An Oscar is the kiss of death in Bollywood. It proves you have more talent than Bollywood can handle .. pic.twitter.com/V148vJccss
— Shekhar Kapur (@shekharkapur) July 26, 2020



Visitors Today : 3
Total Visitors : 130169
Total Views : 9891615
Visitors Online Now : 0