ନୂଆଦିଲ୍ଲୀ: ବଲିଉଡ୍ ଫିଲ୍ମର ନାୟିକା ପୁନ୍ନମ୍ ପାଣ୍ଡେ ତାଙ୍କ ବୟଫ୍ରେଣ୍ଡ ସାମ୍ ବୋମ୍ବେଙ୍କ ସହିତ ନିର୍ବନ୍ଧ କରିଛନ୍ତି । ସାମ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ନିର୍ବନ୍ଧର ଏକ ଫୋଟ ସେୟାର କରିଛନ୍ତି । ସାମ୍ ଏଥିରେ କ୍ୟାପସନ୍ ଦେଇଛନ୍ତି ‘ଶେଷରେ ଆମେ ଏକାଠି ହୋଇଗଲେ’ । ପୁନ୍ନମ ଏଥିରେ ଲଭ ର ଏକ ଇମୋଜି ଦେଇ କମେଣ୍ଟ ଦେଇଛନ୍ତି ‘ବହୁତ ଭଲ ଲାଗୁଛି ।’ ତାଙ୍କର ବହୁତ ଫ୍ୟାନ୍ସ ମାନେ ଶୁଭେଛା ଜଣାଇଛନ୍ତି । ଜଣେ ତାଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି ‘ବଡ ବିଚାରକୁ ବଡ ଶୁଭେଛା’ । ଆଉ ଜଣେ ମଧ୍ୟ କମେଣ୍ଟ ଦେଇଛନ୍ତି ‘ ଆପଣ ଭାଗ୍ୟବାନ ପୁରୁଷ, କାରଣ ପୁନ୍ନମ ମ୍ୟାମ ଏବେ ଆପଣଙ୍କର’ । ଏବଂ ଅନ୍ୟ ଜଣେ ମଧ୍ୟ ଲେଖିଛନ୍ତି, ‘ଶୁଭେଛା, ଖୁସିରେ ରୁହ ଖୁସିରେ ଜୀବନ ବିତାଅ’ ଏମିତି ଅନେକ ପ୍ୟାନ୍ସ ମାନେ ଅନେକ କମେଣ୍ଟ ଦେବା ସହ ଶୁଭେଛା ଜଣାଇଛନ୍ତି । ଆଉ ଏକ କଥା ସାମ୍ନାକୁ ଆସିଛି ପୁନ୍ନମ ଓ ସାମ୍ ତାଙ୍କ ନିର୍ବନ୍ଧ ସାରି ଲକଡାଉନ ନିୟମକୁ ଉଲ୍ଲଘନ କରି ଡ୍ରାଇଭରେ ଯାଇଥିବାର କେସ୍ ହୋଇଛି । କିନ୍ତୁ ସେମାନେ ତାଙ୍କର ଇନଷ୍ଟାଗ୍ରାମ ପେଜ୍ ରେ ଏହାକୁ ଖଣ୍ଡନ କରି କହିଛନ୍ତି “ସେହି ସମୟରେ ଆମେ ଘରେ ରହି ଫିଲ୍ମ ଦେଖୁଥିଲୁ । କାଲି ରାତିରୁ ମତେ କଲ୍ ଆସୁଛି କି ମୁଁ ଗିରଫ ହୋଇଛି , ଏବଂ ଏହି ଖବର ନ୍ୟୁଜରେ ବି ମୁଁ ଦେଖୁଛି । ଦୟାକରି ମୋ ନାଆଁ ରେ ଏମିତି ଲେଖନ୍ତୁନି । ମୁଁ ଘରେ ଅଛି ଏବଂ ସୁରକ୍ଷିତ ଅଛି । ଲଭ ୟୁ ଅଲ୍” । ୨୦୧୩ ରେ ପୁନ୍ନମଙ୍କ ଗୋଟେ ଫିଲ୍ମ ଆସିଥିଲା “ନଶା” ଯେଉଁଥିରେ ସେ ଏକ ଶିକ୍ଷୟତ୍ରୀଙ୍କ ଭୂମିକାରେ ଥିଲେ । ସେଥିରେ ସେ ତାଙ୍କ ଛାତ୍ର ମାନଙ୍କ ପ୍ରତି ଆକର୍ଷିତ ହେଉଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0