ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଆନ୍ଦୋଳନ ମାନେ ହିଂସା ଘଟାଇଥିଲେ । ତେବେ ଆନ୍ଦୋଳନଙ୍କ ଉତ୍ପାତ, ହିଂସା ଓ ଲାଲ କିଲ୍ଲାରେ ଧ୍ୱଜାରୋହଣକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପୁଅ ଓ କଂଗ୍ରେସ ବିଧାୟକ ବିକ୍ରମାଦିତ୍ୟ ସିଂହ ବିଜେପି ସାଂସଦ ସନ୍ନି ଦେଓଲଙ୍କୁ ଟାର୍ଗେଟ କରିଛନ୍ତି। ବିକ୍ରମାଦିତ୍ୟ ସିଂହ ମାମଲାରେ ‘ଦୀପ ସିଦ୍ଧୁ’ ନାମକ ବ୍ୟକ୍ତିଙ୍କ ସନ୍ନି ଦେଓଲଙ୍କ ଫଟୋ ଭାଇରାଲ ହେବାପରେ ତାଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ସେ ସନ୍ନି ଦେଓଲଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯେଉଁ ଦୀପ ସିଦ୍ଧୁକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କରିବାକୁ ନେଇଯାଇଥିଲା ସେ କିଏ ? ଅନ୍ୟପଟେ ବିଧାୟକ ଥିବା ବିକ୍ରମାଦିତ୍ୟ ସିଂହ କହିଛନ୍ତି, ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଯାହାସବୁ ଘଟିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଦେଶର ରାଷ୍ଟ୍ରୀୟ ଧ୍ବଜାର ଅପମାନ ଦେଶର ଅପମାନ, ଏହା ବରଦାସ୍ତ କରାଯିବ ନାହିଁ। ଏହା ସହ ସେ କହିଛନ୍ତି ବିଜେପି ସାଂସଦ ସ୍ପଷ୍ଟୀକରଣ ଦେବା ଉଚିତ ଯେ ଦୀପ ସିଦ୍ଧୁ କିଏ ଯିଏ ଗତକାଲିର ହିଂସା ଘଟଣାରେ ମୁଖ୍ୟ ଭୂମିକା ନେଇଥିଲେ ବୋଲି ଜଣାପଡିଛି।ଅନ୍ୟପଟେ ବିଜେପି ସାଂସଦ ସନ୍ନି ଦେଓଲ ଟ୍ୱିଟ କରି ମାମଲାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ ଟ୍ୱିଟ୍ କରିଛନ୍ତି ଯେ,”ଦୀପ ସିଦ୍ଧୁ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0