ଭୁବନେଶ୍ବର : ପାଠକ ବାପ–ପୁଅଙ୍କୁ ମିଳିଲା ଜାମିନ୍। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ୍ ତଥା ପୂର୍ବତନ ଅତିରିକ୍ତ ସିସିଏଫ୍ ଅଭୟକାନ୍ତ ପାଠକ ଏବଂ ଠକେଇ ଓ ଅନ୍ୟାନ୍ୟ ଅଭିଯୋଗରେ ଗିରଫ ଆକାଶ ପାଠକଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ବହୁଚର୍ଚ୍ଚିତ ସିନିୟର ଓ ଜୁନିୟର ପାଠକଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି।
ତେବେ ଜାମିନ ମିଳିବା ପରେ ବି ପାଠକ ବାପ–ପୁଅ ଜେଲ୍ରୁ ବାହରିପାରିବେ ନାହିଁ। କାରଣ ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ଏପରିକି ସେମାନଙ୍କ ନାଁରେ ଖାରବେଳନଗର ଥାନାରେ ମାମଲା ରହିଛି।
ଟାଟା କମ୍ପାନୀରେ ଉଚ୍ଚ ପଦାଧିକାରୀ ପରିଚୟ ଦେଇ ଆକାଶ ମଧ୍ୟ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବତନ ବିଜେଡି ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀ ଗିରଫ ହେବା ସହ ଦଳରୁ ବିଦା ହୋଇଥିଲେ। ପ୍ରଦୀପଙ୍କ ଝିଅ ସହ ଆକାଶ ପାଠକଙ୍କ ନିର୍ବନ୍ଧ ସରିଥିଲା। କିନ୍ତୁ ପାଠକ ଏବଂ ପାଣିଗ୍ରାହୀ ଏକ ବିରାଟ ଠକେଇ ଷଡ଼ଯନ୍ତ୍ରରେ ସାମିଲ ଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭୟକାନ୍ତ ଓ ଆକାଶ ଗିରଫ ହୋଇଥିଲେ। ସେମାନଙ୍କୁ ବୁଧବାର ଜାମିନ ମିଳିଛି। କିନ୍ତୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲ୍ରେ ଅଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0