ନୀଳଗିରି: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବିରେ ଗଣଧାରଣା। ଟିଏମ୍ସି ସେଣ୍ଟରର ମରାମତି କାର୍ୟ୍ୟର ବିଲ କରିବାକୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଯାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ସ୍ଥାନୀୟ ଲୋକେ କଠୋର କାର୍ୟ୍ୟାନୁଷ୍ଠାନ ଦାବି କରି ଦିନ-ରାତି ଧାରଣାରେ ବସିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ନୀଳଗିରି ବ୍ଲକର ଏହି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ରହିଛି। ବ୍ଲକରେ ଉନ୍ନୟମୂଳକ କାର୍ୟ୍ୟରେ ଅସହଯୋଗ କରିଥିଲେ ସହକାରୀ କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡା।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0