ଗଞ୍ଜାମ: ବଡ ବଡ ସହର ମାନଙ୍କରୁ ସାନ ସହର ପର୍ୟ୍ୟନ୍ତ ଚାଲିଛି ଅପମିଶ୍ରିତ ଖାଦ୍ୟ ସାମଗ୍ରୀ । କଟକ ରୁ ଚଢ଼ାଉ ଆରମ୍ଭ ହେଲା ପରେ ଭୁବନଶ୍ୱେର ଏହା ପରେ ବ୍ରହ୍ମପୁର ରେ ଚଢ଼ାଉ କରୁଛି ପୋଲିସ । ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, କୁ ନେଇ ସଧାରଣ ଚର୍ଚ୍ଚାର ବିଷୟ ପାଲଟିଛି l ବହୁ ଦିନ ଧରିକି ଚାଲିଥିବା କୋଲଡ଼ ଡ୍ରିଙ୍କସ୍ କମ୍ପନୀକୁ କିପରି ଆଜି ପର୍ୟ୍ୟନ୍ତ ପୋଲିସ ଠାବ କରି ପାରି ନଥିଲା ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି l କାଲି ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ସୁକୁଣ୍ଡା ଗ୍ରାମରେ ଅପମିଶ୍ରିତ କୋଲଡ଼ ଡ୍ରିଙ୍କସ୍ ଠାବ କରିଛି ବ୍ରହ୍ମପୁର ସଦର ଥାନା ପୋଲିସ l କୋଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଥାନା ଅଧିକାରୀ ସନ୍ତୋଷିନୀ ଓରାମଙ୍କ ନେତୃତ୍ୱରେ ପୋଲିସ ଜବତ କରିଛି ବିଭିନ୍ନ କୋଲଡ଼ ଡ୍ରିଙ୍କସ୍ କର ସହ ବିପୁଳ ଅପମିଶ୍ରିତ ସାମଗ୍ରୀ ସାଙ୍ଗକୁ ଲକ୍ଷାଧିକ ଟଙ୍କାର ପ୍ୟାକିଂ ମେସିନ, କେମିକାଲ ନାମିଦାମୀ କମ୍ପନୀ ର ବୋତଲ ଓ ଲୋଗୋ ଜବତ ହୋଇଥିବା ବେଳେ ପୋଲିସ ଜଣକୁ ଅଟକ ରଖିଥିବା ଜଣା ପଡିଛି l



Visitors Today : 1
Total Visitors : 130170
Total Views : 9891616
Visitors Online Now : 0