spot_img

୨୪ ଘଣ୍ଟାରେ ସୁସ୍ଥ ହେଲେ ସର୍ବାଧିକ ୮୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନା ଯୋଦ୍ଧାମାନେ ନିୟମିତ ଭାବେ ଉଦ୍ୟମ ଜାରି ରଖିଥିବାରୁ ରାଜ୍ୟର ୨୫ଟି ଜିଲ୍ଲାରୁ ଆଜି ୮୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୧୬ ହଜାର ୭୯୨ରେ ପହଞ୍ଚିଛି ।

ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ଗଞ୍ଜାମରୁ ସର୍ବାଧିକ ୪୩୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ପରି ରାୟଗଡାରୁ ୧୩୭, ଖୋର୍ଦ୍ଧାରୁ ୨୮, କଟକରୁ ୨୬, ବରଗଡରୁ ୩୧ ବାଲେଶ୍ଵରରୁ ୬, ଯାଜପୁରରୁ ୧୯, ଗଜପତିରୁ ୧୪, ମୟୂରଭଞ୍ଜରୁ ୨୨, ଜଗତସିଂହପୁର ୧୨, ନୟାଗଡରୁ ୭ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ସେହି ପରି ସମ୍ବଲପୁରରୁ ୧୪, ମାଲକାନଗିରିରୁ ୬, ବରଗଡ୩୧, ଢେଙ୍କାନାଳ୧୦, କେନ୍ଦ୍ରାପଡା ୬, ପୁରୀ ୩ଓ ସୁନ୍ଦରଗଡ ୧୦ରୁ ଜଣେ ଲେଖାଏଁ ରୋଗୀ କରୋନାକୁ ମାତ୍ ଦେବାରେ ସଫଳ ହୋଇଛନ୍ତି। ବଲାଙ୍ଗିରର ୪, ଝାରସୁଗୁଡାର ୫ ଓ ସୋନପୁରରୁ ଜଣେ, ଭଦ୍ରକରୁ ୨୩, କୋରାପୁଟରୁ ୫, ବୌଦ୍ଧ ୨ ସଂକ୍ରମିତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular